ଦାରିଙ୍ଗବାଡି ଦେଇ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଯାଉଥିବା ଏକ ପରିବା ବୋଝେଇ ଟ୍ରକ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ଓ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।ଗୁରୁତର ଦୁଇ ଜଣ ହେଲେ ମଧ୍ୟପ୍ରଦେଶ ପ୍ରଦେଶର ମୁଲତେଇସେ ଅଞ୍ଚଳର ଗାଡି ଚାଳକ ଆକାଶ ନାଶ କୁମ୍ରେ ଏବଂ ନନ୍ଦୁ । ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ଟର ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନେବାକୁ ପରାମର୍ଶ ଦେଇଛନ୍ତି। । ଅନ୍ୟ ଜଣେ ଆହତ ବ୍ୟକ୍ତି ମନୋଜ ସୁସ୍ଥ ଅଛନ୍ତି ।