ଦାନଗଦି ହନୁମାନ ମନ୍ଦିର ପାଖ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଚଣ୍ଡିଖୋଲ ଅଞ୍ଚଳର ଦୁଇ ଯୁବକ ଅନିଲ ମଲ୍ଲିକ ଓ ରାଜେଶ୍ ମଲ୍ଲିକ ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ଦାନଗଦି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ବୁଧବାର ରାତି 10:30 ମିନିଟ ସମୟରେ ଦେଖିବାକୁ ମିଳିଛି । ଦୁଇ ଯୁବକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି।