ଆଜି ଅପରାହ୍ନ 2ଟା ସମୟରେ ଭାରତୀୟ ଆବହାବିଜ୍ଞାନ ବିଭାଗ, ଭୁବନେଶ୍ୱର ତରଫରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୫ ଜାନୁଆରୀ ଦିନ ବଲାଙ୍ଗୀର ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍ ପାଖାପାଖି ରହିବ। ଜିଲ୍ଲାରେ ଶୀତ ପ୍ରଭାବ ଅଧିକ ବଢ଼ିବାର ସମ୍ଭାବନା ରହିଛି। ସକାଳ ଓ ରାତି ସମୟରେ ଠଣ୍ଡା ପବନ ସହ କୁହୁଡ଼ିର ଆସର ଦେଖାଯାଇପାରେ। ବୃଦ୍ଧ, ଶିଶୁ ଓ ଅସୁସ୍ଥ ଲୋକମାନଙ୍କୁ ଅତ୍ୟାବଶ୍ୟକ କାମ ଛାଡ଼ି ଘରୁ ବାହାରୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଦିନବେଳେ ଆକାଶ ସାଧାରଣତଃ ସ୍ପଷ୍ଟ ରହିବ