ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ନ୍ୟୁ କଲୋନୀ ଠାରେ ବହୁ ଦିନରୁ ବ୍ୟବହାର ହୋଇ ଆସୁଥିବା ଏକ ରାସ୍ତାକୁ ବେଆଇନ ଅବରୋଧ କରାଯାଇଥିବା ନେଇ ବାମରା ତହସିଲ ଅଫିସ ରେ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ ଗୋବିନ୍ଦପୁର ନ୍ୟୁ କଲୋନୀ ଠାରେ ରାସ୍ତା କିସମ ଥିବା ଏକ ଜମିକୁ କିଣାବିକା କରାଯାଇଥିବା ଓ ଜଣେ ବ୍ୟକ୍ତି ଉକ୍ତ ଜମି ରେ ପାଚେରୀ ନିର୍ମାଣ କରିଥିବା ଅଭିଯୋଗ ରହିଛି। ଏହାକୁ ଏନେଇ ସ୍ବର୍ଗତ ଉମେଶ ଚନ୍ଦ୍ର ପାତ୍ରଙ୍କ ସ୍ତ୍ରୀ ଗୀତାଞ୍ଜଳୀ ପାତ୍ର ଶନିବାର ଦିନ ବାମରା ତହସିଲ ଅଫିସ ଠାରେ ଅଭିଯୋଗ କରିଛନ୍ତି।