ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଖଲିଆକାନି ସ୍ଥିତ ମକର ପଡ଼ିଆ ଠାରେ ଆଜି ବୁଧବାର ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ମକର ସଂକ୍ରାନ୍ତିରେ ଅଞ୍ଚଳର ସର୍ବ ବୃହତ୍ତମ ୬୬ ତମ ମକର ଯାତ୍ରା ତଥା ମକର ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଖଲିଆକାନି ଗ୍ରାମ ରେ ହରି ହର ଙ୍କ ମିଳନ ତଥା ମକର ଯାତ୍ରା ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏଥର ୬୬ ତମ ମକର ଯାତ୍ରା ଧୁମ୍ ଧାମରେ ପାଲନ କରାଯାଇଛି। ଖଲିଆକାନି ଗ୍ରାମ ରେ ରୀତି ନୀତି ଅନୁସାରେ ହରି ଓ ହର ଙ୍କ ମିଳନ ହୋଇ ପୂଜା ଅର୍ଚ୍ଚନା କରାଯାଇଥିଲା। ଆଜି ମକର ସଂକ୍ରାନ୍ତି ଦିନ ଗ୍ରାମ ମଣ୍ଡପ ରେ ଉଭୟ ହରି ଓ ହର ଙ୍କୁ ମିଳନ କରାଯାଇ