୧୮ତମ ଲୋଇସିଂହା ଷ୍ଟାଡିୟମ ପ୍ରତିଷ୍ଠା ଦିବସ’ ଅବସରରେ ଲୋଇସିଂହା ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଜିର ସେମିଫାଇନାଲ ମ୍ୟାଚ୍ ସମ୍ବଲପୁର ଓ ଝାରସୁଗୁଡା ମଧ୍ୟରେ ହୋଇଥିବା ସଂଘର୍ଷପୂର୍ଣ୍ଣ ମେଚ ଦର୍ଶକମାନଙ୍କୁ ବେଶ ଆକର୍ଷଣ କରିଥିଲା ଅତ୍ୟନ୍ତ ରୋମାଞ୍ଚକ ପରିସ୍ଥିତିରେ ସମ୍ବଲପୁର ଝାରସୁଗୁଡାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।