ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଦୁଇ କାର ମଧ୍ୟରେ ଦୁର୍ଘଟଣା, ଏକ କାରର ସାମ୍ନାପଟ ଭାଙ୍ଗି ଚୁରମାର। ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଜି ଦିନ ଚାରିଟା ସମୟରେ ଏକ କାରକୁ ଧକ୍କା ଦେଲା ଅନ୍ୟ ଏକ କାର। ଫଳରେ ଗୋଟିଏ ଧଳା ରଙ୍ଗର କାର ର ସାମ୍ନା ପଟ ଭାଙ୍ଗି ଚୁରମାର ହୋଇଯାଇଥିଲା। ତେବେ ସହରର ଏକ ବ୍ୟସ୍ତ ବହୁଳ ରାସ୍ତାରେ ଏହି ଦୁର୍ଘଟଣା ଫଳରେ କିଛି ସମୟ ଧରି ରାସ୍ତା ଜାମ ଲାଗିଥିବା ବେଳେ ଅନେକ ପରିଶ୍ରମ କରି କାରକୁ ମଝି ରାସ୍ତାରୁ କଡ଼କୁ ନିଆଯାଇଥିଲା। ତେବେ ଦୁର୍ଘଟଣା ରେ କେହି ଗୁରୁତର ଆହତ ହୋଇନଥିବା ନେଇ ଜଣାପଡିଛି।