ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ବ୍ରଜରାଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟା ସନ୍ଧ୍ୟା ଛଅଟା ସମୟରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ବ୍ରଜରାଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ସଭାପତି ଗୋବିନ୍ଦ ସିଂହ ଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକ ଉତ୍ସବରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।ଛାତ୍ରଛାତ୍ରୀମାନଙ୍କ ଉପରେ ମାଙ୍କ ର ଆଶ୍ରିବାଦ ରହିଲେ ଦୁନିଆରେ କୈଣସି ଜାଗାରେ ହାରିବ ନାହି ବୋଲି ବରଗଡ଼ ସାଂସଦ ବକ୍ତବ୍ୟ ପ୍ରଦାନ କରିଥିଲେ।