ସିମୁଳିଆ: ବର୍ତ୍ତନା କେନାଲ ରାସ୍ତା ରେ ବେଆଇନ ମଦ ନେଇ ଯାଉଥିବା ପିକଅପ ଗାଡି ଜବଦ ଜଣେ ଅଟକ
ବେଆଇନ ମଦ ନେଇ ଯାଉଥିବା ପିକଅପ ଗାଡି ସହିତ ବିପୁଳ ପରିମାଣ ର ମଦ ଜବଦ ଡ୍ରାଇଭର ଅଟକ l ଖଇରା ବ୍ଲକ ବର୍ତନା କେନାଲ ରାସ୍ତା ରେ କେଉଁଝର ଆଡୁ ଏକ ପିକଅପ ଭର୍ତ୍ତି ନେଇ ମଦ ଆସୁଥିବା ନେଇ ଖଇରା ଅବକାରୀ ବିଭାଗ ଅଧିକାରୀ ସୁରଜ କୁମାର ଟୀଗା ବିଶେଷ ସୂତ୍ରରୁ ଖବର ପାଇ ଏକ ଟିମ ସହ ଚଢ଼ାଉ କରି ପିକଅପ ଗାଡି କୁ ଯାଞ୍ଚ ବେଳେ ଗାଡି ରୁ 2ହଜାର ରୁ ଉର୍ଦ୍ଧ ଦେଶୀ ମଦ ଜବଦ ରଖି ଡ୍ରାଇଭର ଅଟକ ରଖିଛନ୍ତି l ଏନେଇ ଆଜି ବୁଧବାର ରାତି 8 ଘଟିକା ସମୟରେ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି l