ଫୁଲବାଣୀ ସହର: କଳିଙ୍ଗା ଘାଟିର ଭୁ ସ୍ପଳନ ସ୍ଥାନରେ ପଥର ପାହାଡ ଉପରରୁ ଖସାଇବା ପୂର୍ବରୁ ଅସ୍ଥାୟୀ ରାସ୍ତାର ଦୁଇ ପାଶ୍ୱର୍ରେ ଲୁହା ଜାଲି ଭିତରେ ପଥର ଦିଆଗଲା
କଳିଙ୍ଗା ଘାଟିର ଭୁ ସ୍ପଳନ ସ୍ଥାନରେ ବଡ ବଡ ପଥର ପାହାଡ ଉପରରୁ ଖସାଇବା ପୂର୍ବରୁ ଅସ୍ଥାୟୀ ରାସ୍ତାର ଦୁଇ ପାଶ୍ୱର୍ରେ ଲୁହା ଜାଲି ଦେଇ ପଥର ପ୍ୟାକ କରାଯାଉଅଛି।ଯା ଦ୍ୱାରା ମାଟି କିମ୍ଵା ରାସ୍ତା ନଷ୍ଟ ହେବ ନାହିଁ,ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହା କରାଯାଇଅଛି।କାରଣ ବଡ ବଡ ପଥର ଖସିଲେ କାଳେ ରାସ୍ତା ଭାଙ୍ଗିବା ସହ ହୋମ ପାଇପ୍ ଭାଙ୍ଗିଯିବ ,ଏଣୁ ଶ୍ରମିକ ମାନେ ଆଜି ଏହି କାମ କରିଛନ୍ତି।