ବଲାଙ୍ଗୀର: ସଦର ଥାନା ପକ୍ଷରୁ ଚନ୍ଦନଭାଟିରେ
ସାଇବର ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗୀର ସଦର ଥାନା ପୋଲିସ ତରଫରୁ ଚନ୍ଦନଭାଟି ଅଞ୍ଚଳରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଥାନାର ପୋଲିସ ଅଧିକାରୀମାନେ ସାଇବର ଅପରାଧ ର ନୂଆ ନୂଆ ପ୍ରକାର, ସୋସିଆଲ ମିଡିଆ ଠକେଇ, ଓଟିପି ଠକେଇ, ବ୍ୟାଙ୍କ ଠକେଇ ଇତ୍ୟାଦି ବିଷୟରେ ସୂଚନା ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସେମାନେ ଅନଲାଇନ୍ ରେ ଅଜଣା ଲିଙ୍କ ରେ କ୍ଲିକ୍ ନକରିବା, ବ୍ୟକ୍ତିଗତ ତଥ୍ୟ ଯେପରିକି OTP, PIN ଓ ବ୍ୟାଙ୍କ ବିବରଣୀ ଅନ୍ୟଙ୍କୁ ନଦେବା ଭଳି ଜରୁରୀ ସୁପରିଶ ମଧ୍ୟ ଦେଇଥିଲେ। ଏହି ସମୟରେ ଅଞ୍ଚଳବାସୀ ଓ ବିଦ୍ୟାର୍ଥୀମାନେ ଅଧିକ ସଂଖ୍ୟାରେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ