ଜୟପୁର: ଜୟପୁର ଯାଦବ ଭବନ ଠାରେ ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟି ର ବୈଠକ
ଜୟପୁର ଯାଦବ ଭବନ ଠାରେ ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟି ର ବୈଠକ ଆଜି ଦିନ 11ରେ ଆରମ୍ଭ ହୋଇ ଅପରାହ୍ନ 1 ଘଣ୍ଟା ସମୟରେ ଶେଷ ହୋଇଛି l ନଳିନୀକାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସର୍ବନିମ୍ନ ପେନସନ ମାସିକ ୯,୦୦୦/ ଟଙ୍କା ଓ ଚିକିତ୍ସା ସୁବିଧା ପାଇଁ ଦାବି କରି ନୂଆ ଦିଲ୍ଲୀ ଠାରେ ଯନ୍ତର ମନ୍ତର ଠାରେ ବିଶାଳ ଗଣ ବିକ୍ଷୋଭ ଅନୁଷ୍ଠିତ ହେବ । ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଦୁର୍ଗା ପ୍ରସାଦ ଦାଶ ସୂଚନା ଦେଇଛନ୍ତି।