ବାମରା ବ୍ଲକ ସଦର ମହକୁମା ଠାରେ ପ୍ରସିଦ୍ଧ ମକର ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହାର ତୃତୀୟ ଦିନରେ ବିଭିନ୍ନ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ଉତ୍ସାହିତ କରିଥିଲେ। ସୂଚନା ଅନୁସାରେ ଗତ ୧୪ ତାରିଖରୁ ବାମରା ଠାରେ ପ୍ରସିଦ୍ଧ ମକର ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଶୁକ୍ରବାର ରାତି ୧୦ ଟା ସମୟରେ ବିଭିନ୍ନ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଅର୍ଚ୍ଚନା ପାଢ଼ୀ ଏଥିରେ ଯୋଗ ଦେଇଥିଲେ।