ଗୁରୁବାର ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ରଣମାଲ ବୁଲାଣି ନିକଟରେ ଘଟିଛି ଏକ କାର ଦୁର୍ଘଟଣା। ଏଥିରେ ଥିବା ସ୍ବାମୀ ସ୍ତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି। ମହିଳା ଜଣକଙ୍କ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଉଭୟ ସ୍ବାମୀ ସ୍ତ୍ରୀ ଜୟପାଟଣା ବ୍ଲକ୍ ଭଇଁରୀପାଲି ଗ୍ରାମରୁ ବାହାରି ଚାରବାହାଲ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ।