ଝାରସୁଗୁଡା: ଲଖନପୁର ବ୍ଲକ ମଚିଦା ଗ୍ରାମରେ ହର୍ଷଉଲ୍ଲାସର ସହ ଆଲୋକର ପର୍ବ ଦୀପାବଳି ପାଳିତ, ମନମୋହିଲା ପୌରାଣିକ କଥାବସ୍ତୁକୁ ନେଇ ନୃତ୍ୟାଭିନୟ
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ମଚିଦା ଗ୍ରାମରେ ଆଣି ହର୍ଷ ଉଲ୍ଲାସ ସହିତ ପାଳନ କରାଯାଇଛି ଆଲୋକର ପର୍ବ ଦୀପାବଳି। ମଚିଦା ଗ୍ରାମ ମନ୍ଦିରରରେ ପୂଜାର୍ଚ୍ଚନା ପରେ ସମସ୍ତଙ୍କ ଘରେ ଏବଂ ଗ୍ରାମରେ ଦୀପ ଜାଳି ଆନନ୍ଦ ଉଲ୍ଲାସର ସହିତ ଦୀପାବଳି ପାଳନ କରାଯାଇଛି। ତେବେ ମଚିଦା ଗ୍ରାମରେ ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ରାମାୟଣ ଏବଂ ଦୀପାବଳି କଥାବସ୍ତୁକୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି।ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ ।