ଉଦଳା: ଆଜି ଆଲୋକର ପର୍ବ ଦୀପାବଳି, ଉଦଳାର ବିଭିନ୍ନ ସ୍ଥାନରେ ଉତ୍ସବର ମାହଲ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆଜିଠାରୁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ସବୁଠି ଲାଗି ରହିଛି ଉତ୍ସାହ ଉଦ୍ଦୀପନା । ରଙ୍ଗୋଲିରେ ସଜେଇ ହୋଇଛି ଘର ଅଗଣା । ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ଜଣାଉଛନ୍ତି। ଏଥିପାଇଁ ଘରେ ଘରେ ସନ୍ଧ୍ୟା ୬ ଟାରୁ ଚିକିମିକ ଆଲୁଅରେ ଝଲସି ଉଠୁଛି। ତେବେ ସରକାରଙ୍କ ନିୟମ ଅନୁସାରେ ସବୁଠାରେ ଗ୍ରୀନ ବାଣ ଫୁଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସୁରକ୍ଷା ବ୍ୟବସ୍ଥା କୁ ନଜରରେ ରଖି ଉଦଳାର ବିଭିନ୍ନ ସ୍ଥାନ ଓ ଛକ ଗୁଡିକରେ ପୋଲିସ ମୁତୟନ କରାଯିବା ସହ ଦମକଳ ବାହିନୀ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି।