ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆଜି 11 ଟା ସମୟରେ ଆୟୋଜିତ ହୋଇ 4 ଟା 30 ମିନିଟ ସମୟ ପାଖା ପାଖି ରେ ଶେଷ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ନେତୃତ୍ୱ ଏବଂ ବିଜ୍ଞାନ ଶିକ୍ଷିକା ଚନ୍ଦନା ଚନ୍ଦ୍ରପ୍ରଭା ପଧାନଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନମୂଳକ ମଡେଲ୍, ପ୍ରତିକୃତି ଓ ନୂତନାତ୍ମକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।