ଗୋପାଳପୁର: ଗୋପାଳପୁରରେ ମାଛ ଜାଲରୁ ମିଳିଲା ବିରଳ କୀଟ; ସମୁଦ୍ର ଭିତରେ ତିଆରି କରୁଛି ସିମେଣ୍ଟ ଭଳି ଶକ୍ତ ଘର
ଗଞ୍ଜାମ ଜିଲ୍ଲାର ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମତ୍ସ୍ୟଜୀବୀଙ୍କ ମାଛ ଜାଲରେ ପଡ଼ିଲା ବିରଳ ପ୍ରଜାତିର କୀଟ ସାବେଲେରିଆ ମିରିଆନ୍ସିସ୍ । ଏହାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ଦୀର୍ଘ ୩୫ ବର୍ଷ ପରେ ପୁଣି ଥରେ ଚିହ୍ନଟ କରିଛି । ଏହି କୀଟକୁ ପଲିକିଟ୍ ବୋଲି କୁହାଯାଏ, ଯାହାକି ପୂର୍ବରୁ 1990 ମସିହାରେ ଆରବ ସାଗରରେ ଦେଖିବାକୁ ମିଳିଥିଲା ।ଗତ କିଛି ମାସ ଧରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ବିଭାଗର ଡି.ଏନ.ଏ କେନ୍ଦ୍ରରେ ଗବେଷଣା ପରେ ଏହାକୁ ଚିହ୍ନଟ କରାଯାଇଥିବା ଗୁରୁବାର ଅପରାହ୍ନରେ ବିଭାଗ ପକ୍ଷରୁ ସୂଚନା ଦି