ବୀରମିତ୍ରପୁର: ହାତୀବାରି ଥାନା ଅନ୍ତର୍ଗତ ବନରାଏ ଗ୍ରାମର ଗଂଝୁବସ୍ତିରେ ହାତୀ ନେଲା ଆଉ ଏକ ଜୀବନ
ହାତୀବାରି ଥାନା ଅନ୍ତର୍ଗତ ବନରାଏ ଗ୍ରାମର ଗଂଝୁବସ୍ତିରେ ଚନ୍ଦ୍ର ଗୌଡ଼ ନଦୀକୁ ଶୌଚ ହେବାପାଇଁ ଯାଉଥିବାବେଳେ ହଠାତ୍ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।ଘଟଣା ସ୍ଥଳରେ ସେ ପଡିଯାଇଥିଲେ ତାଙ୍କୁ ପ୍ରଥମେ ହାତୀବାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।ସେଠାରେ ତାଙ୍କୁ ପରୀକ୍ଷା କରି ଡାକ୍ତର ମୃତ ଘୋଷଣା କରିଥିଲେ।ଏନେଇ ହାତୀବାରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁୁଜ କରାଯାଇ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।