ଛତ୍ରପୁର: ରମ୍ଭା ରେଲୱେ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର
ଷ୍ଟେସନ ନିକଟରେ ଥିବା ରେଳ ଧାରଣରୁ ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମଂଗଳବାର ସକାଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଯୁବକ ଜଣଙ୍କ ରମ୍ଭା ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ତେବେ ସଂପୃକ୍ତ ଯୁବକ ଆତ୍ମହତ୍ୟା କରିଛନ୍ତି ନା ଏହା ହତ୍ଯା କାଣ୍ଡ ତାହା ଜଣାପଡିନାହିଁ।