ରବିବାର ଦିନ ବୌଦ୍ଧ ବ୍ଲକ ଶଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡି କନପା ଠାରେ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲା ସଭାପତି ଜୟଦେବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଜ୍ଞାନ ରଞ୍ଜନ୍ ମିଶ୍ର ବିବରଣୀ ପଠନ କରିଥିଲେ | ସଂଘର ସାଂଗଠନିକ ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା ଓ ସର୍ବ ସମ୍ମତ ପ୍ରସ୍ତାବ ଗୃହିତ କରା ଯାଇଥିଲା l