ବାମରା ଷ୍ଟେସନ ବସ୍ତି ମୁଖ୍ୟ ରାସ୍ତା ଗାନ୍ଧୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ରେ ନିଆଁ ଲାଗି ଯାଇଥିବା ବେଳେ ବସ୍ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି। ସୂଚନା ଅନୁସାରେ ଶନିବାର ଦିନ ପ୍ରାୟ ୧୨ ଟା ସମୟରେ ସବଡେଗା ରୁ ଗଡ଼ପୋଷ ପଟକୁ ଯାଉଥିବା ଶ୍ରୀ ଗଣେଷ ନାମକ ଏକ ଯାତ୍ରୀବାହୀ ବସ ରେ ସର୍ଟ ସର୍କିଟ ହୋଇ ବ୍ୟାଟିରି ରେ ନିଆ ଲାଗିଯାଇଥିଲା। ଫଳରେ ବସ୍ ଚାଲକ୍ ଜଣକ ସତର୍କତା ଦେଖାଇ ତୁରନ୍ତ ବସକୁ ଅଟକାଇବା ସହ ନିଆଁ ଆୟତ୍ତ କରିଥିଲେ। ହେଲେ ବସ୍ ରେ ଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।