କବିସୂର୍ଯ୍ୟନଗର: ପ୍ରଧାନମନ୍ତ୍ରୀ ମାନ୍ୟବର ମୋଦି ଙ୍କ ଜନ୍ମଦିନ ଅବସର ରେ ଚନ୍ଦନପୁର ଠାରେ ବେଗୁନିଆପଡା ମଣ୍ଡଳ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ 75 ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସେପ୍ଟେମ୍ବର 17 ରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ବେଗୁନିଆପଡା ବ୍ଲକ ଚନ୍ଦନପୁର ଠାରେ ଶୁକ୍ରବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡା ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନ ରେ ଆୟୋଜିତ ଉକ୍ତ ଶିବିରକୁ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଉଦଘାଟନ କରିଥିବା ବେଳେ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ , ସମାଜସେବୀ ଚିତ୍ରସେନ ପରିଡା ଉପସ୍ଥିତ ଥିଲେ ।