ଖଲ୍ଲିକୋଟ୍: ଗୋବିନ୍ଦପୁର ଗ୍ରାମ ଛକ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର, ପୋଲିସ ତଦନ୍ତ ଜାରି
ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟା ସମୟରେ ଜଣେ ଯୁବକ ଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଯୁବକ ଙ୍କୁ ପ୍ରଥମେ ଭାଟକୁମରଡ଼ା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ତେବେ ଗୁରୁତର ଯୁବକ ଜଣଙ୍କ ଗୋବିନ୍ଦପୁର ଗ୍ରାମର ଗୋପିନାଥ ରଣା ବୋଲି ଜଣା ପଡ଼ିଛି। ତେବେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।