ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ ଆଜି ଆର୍ମି ଯବାନ (ନାୟକ)ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ ସମ୍ପନ୍ନ ହୋଇଛି l ମୃତ ଯବାନ ଜଣକ ହେଲେ ଵି.ଶ୍ୟାମ ସୁନ୍ଦର ବୟସ ୩୨ ବୋଲି ଜଣାପଡ଼ିଛି l ସୂଚନା ପ୍ରକାରେ ମୃତ ଯବାନ ଜଣକ ପଞ୍ଜାବ ସ୍ଥିତ ଜଳନ୍ଦରରେ ନାୟକ ରେଙ୍କ ରେ କାର୍ଯ୍ୟରତ ଥିଲେ। ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଶନିବାର ଅପରାହ୍ନରେ ନିଜ ଗାଁ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।