ଟଙ୍କା ହଡ଼ପ ଅଭିଯୋଗ ରେ ମହିଳା ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ l ଗିରଫ ମହିଳା ଜଣକ ହେଲେ ରଶ୍ମିତା ସ୍ୱାଇଁ l ଜୟପୁର ସଦରଥାନା ଅନ୍ତର୍ଗତ ଆମ୍ବାଗୁଡା ଓଡିଶା ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ରୁଣ ନେଇ ଫେରାର ହୋଇଯାଇଥିବା ମାମଲାରେ ଆଜି ସଦର ପୋଲିସ ମହିଳା ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସଂନ୍ଧ୍ୟା 6ଟା 30 ମିନିଟ ସମୟରେ ସୂଚନା ଦେଇଛନ୍ତି ।