ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ସ୍ତରୀୟ "ଆସ ସ୍କୁଲ ଯିବା" ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ ପଦଯାତ୍ରା ମନମୋହନ ୟୁପି ସ୍କୁଲ ଠାରୁ ଅନୁଷ୍ଠିତ
ଝାରସୁଗୁଡାରେ ଆଜି ସକାଳ ନଅଟା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ "ଆସ ସ୍କୁଲ ଯିବା" ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ଅଭିଯାନ କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗର ଅନେକ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ଗଣ ଯୋଗଦାନ କରିଥିଲେ। ଝାରସୁଗୁଡା ଜିଲ୍ଲାରେ ଯେପରି ପାଞ୍ଚ ବର୍ଷରୁ ଅଠର ବର୍ଷ ବୟସର ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇ ନ ଥିବା ଆଦି