ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଆସନ୍ତା ଜାନୁୟାରୀ 18 ତାରିଖ ଠାରୁ ହେବାକୁ ଥିବା ଏକବିଂଶ ତମ ପାତାଳି ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ 4ଟା 30 ମିନିଟ ସମୟରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟ ସଂପାଦକ ଉତ୍ତର କୁମାର ପାତ୍ରଙ୍କ ଅଧ୍ଯକ୍ଷତାରେ ଓ ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବହୁ ସଦସ୍ୟ ଯୋଗଦେଇଥିଲେ l ପ୍ରଥମେ ପୂର୍ବ ବର୍ଷ ର ସମୀକ୍ଷା କରାଯାଇ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପରେ ଚଳିତ ବର୍ଷ କାର୍ଯ୍ୟକ୍ରମକୁ