ଛତ୍ରପୁର: ବିଲରେ କାମ କରୁଥିବା ବେଳେ ସାପ କାମୁଡାରେ ବାଲିବଗଡ଼ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ
ବିଲରେ କାମ କରୁଥିବା ବେଳେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ରମ୍ଭା ଥାନା ବାଲିବଗଡ଼ ଗ୍ରାମର ଗଣେଶ ସ୍ବାଇଁଙ୍କ ସ୍ତ୍ରୀ ଲଳିତା ସ୍ବାଇଁ(୫୦) ଲଳିତା ନିଜ ଚାଷ ଜମିରେ ଘାସ ବାଛୁଥିବା ବେଳେ ଏକ ସାପ କାମୁଡି ଦେଇଥିଲା।ଗତ ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି।