ବୀରମହାରାଜପୁର: ଅରିଗାଁ ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିନିକା ଥାନା ଅନ୍ତର୍ଗତ ଅରିଗାଁ ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କାର୍ଯ୍ୟକ୍ରମ ଆଜି ଅପରାହ୍ନ 2ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ସୁଚନା ଅନୁସାରେ ଆଗାମୀ ଡ଼ିସେମ୍ବର ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏଣୁ ଆଜି ମହୋତ୍ସବ କମିଟୀ ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମ ଗୌନ୍ତିଆ ସୁଘୋଷ ମିଶ୍ର କର୍ତ୍ତା ଏବଂ ଉମାକାନ୍ତ ପୁରୋହିତ ଓ ଚିତ୍ତରଂଜନ ଦାଶ ପୂଜକ ଦାୟିତ୍ୱ ତୁଲାଇଥିଲେ । ଇଷ୍ଟଦେବୀ ମା' ମାହେଶ୍ଵରୀଙ୍କ ମନ୍ଦିରରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମ