ବଲାଙ୍ଗୀର: ଟାଉନ ଥାନା ପକ୍ଷରୁ ମୋବାଇଲ ଫେରସ୍ତ ମେଳା ସାମ୍ବାଦିକ ସମ୍ବିଳନୀରେ ତଥ୍ୟ ଉପସ୍ଥାପନ
ବଲାଙ୍ଗୀର ଟାଉନ ଥାନା ପକ୍ଷରୁ “ମୋବାଇଲ ଫେରସ୍ତ ମେଳା” ଆୟୋଜନ କରାଯାଇଛି। ଏହା ସମ୍ବନ୍ଧରେ ଆଜି ସାମ୍ବାଦିକ ସମ୍ବିଳନୀ ରେ ପୁଲିସ୍ ପକ୍ଷରୁ ତଥ୍ୟ ଜଣାଇ ଦିଆଯାଇଛି। ଚୋରି ହୋଇଥିବା ଓ ହାରାଇଥିବା ମୋବାଇଲ ଫୋନ ଗୁଡ଼ିକୁ ଟ୍ରାକ୍ କରି ନିଜ ମାଲିକଙ୍କୁ ଫେରାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସର ଏହି ପ୍ରୟାସକୁ ଲୋକମାନେ ସ୍ୱାଗତ କରୁଛନ୍ତି।