ବୀରମହାରାଜପୁର: ଝାରବାହାଲି ଛକ ନିକଟରେ ବାଇକ୍ ଦୁର୍ଘଟଣା, ଜଣେ ଯୁବକ ଗୁରୁତର
ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବାହାଲି ଛକ ନିକଟରେ ଆଜି ସନ୍ଧ୍ୟା 6ଟା ସମୟରେ ବାଇକ୍ ଦୁର୍ଘଟଣାରେ 7ଜଣେ ଯୁବକ ଆହତ ହୋଇଛନ୍ତି l ଆହତ ଜଣକ ରକ୍ସା ର ଦେବରାଜ ବାଙ୍କ ବୋଲି ଜଣାପଡିଛି l ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଦେବରାଜ ସମ୍ବଲପୁର ପଟରୁ ନିଜ ଘରକୁ ଫେରିଥିବା ବେଳେ ଝାରବାହାଲି ଛକ ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l ଘଟଣା ସ୍ଥଳରୁ ଉଲୁଣ୍ଡା ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ସଦର ଡାକ୍ତର ଖାନାରେ ଭର୍ତି କରିଥିବା ଜଣାପଡିଛି l