ଗୋବିନ୍ଦପୁର: ବାମରା ତହସିଲଦାର ଭାବେ ଯୋଗଦେଲେ ବିଶାଲ ପଟେଲ, ତହସିଲ ପରିସରରେ ସମ୍ବର୍ଦ୍ଧନା
ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଭାବେ ସୁନ୍ଦରଗଡ଼ ଅଞ୍ଚଳ ର ଯୁବ ଓଡ଼ିଶା ପ୍ରଶାସନିକ ଅଧିକାରୀ ବିଶାଲ ପଟେଲ ଯୋଗଦେଇଛନ୍ତି। ବିଶାଲ ୨୦୨୨ ରେ ଓଏଏସ ପାଇଲା ପରେ ଗୋପବନ୍ଧୁ ଏକାଡେମୀ ଅଫ ଏଡମିନୀଷ୍ଟ୍ରେଶନ ଟ୍ରେନିଙ୍ଗ ସାରି ଜାନୁଆରୀ ୭ ତାରିଖ ଦିନ ପ୍ରଥମକରି ବାମରା ତହସିଲଦାର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଶୁକ୍ରବାର ବାମରା ମକର ମହୋତ୍ସବ କମିଟି ସଭାପତି ପ୍ରଫୁଲ୍ଲ ନାଏକ,ସାଧାରଣ ସମ୍ପାଦକ ଜ୍ୟୋତି କୁମାର ଲାଠ,ଉପାଧ୍ୟକ୍ଷ ଇନ୍ଦ୍ରଦେବ ଚୌଧୁରୀ ଓ ସମ୍ପାଦକ କୁମାର ଚନ୍ଦ୍ର ପଟେଲ ତାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଥିଲେ।