ବାରିପଦା ମ୍ୟୁନିସିପାଲଟି: ବିଜେଡି ମହିଳା ଜନତା ଦଳ ତରଫରୁ ମୟୂରଭଞ୍ଜ ଏସପିଙ୍କୁ ଦାବିପତ୍ର ପ୍ରଦାନ
ରାଜ୍ୟରେ ବଢ଼ି ଚାଲିଛି ମହିଳା ନିର୍ଯାତନା, ମହିଳା ମାନେ ପ୍ରତ୍ୟେକ ଦିନ ଗଣଦୁଷ୍କର୍ମ ଓ ଧର୍ଷଣ ର ଶିକାର ହେଉଛନ୍ତି। ଓଡ଼ିଶାରେ ଏବେ ମହିଳା ମାନେ ଅସୁରକ୍ଷିତ। ମହିଳା ଙ୍କୁ ନ୍ୟାୟ ଦେବାରେ ବର୍ତ୍ତମାନ ର ଅପାରଗ ବିଜେପି ସରକାର ସମ୍ପୂର୍ଣ ବିଫଳ। ଏହିଭଳି ନାରା ନେଇ ବୁଧବାର ସକାଳ ପ୍ରାୟ ୧୦ଟାରେ ବିଜେଡି ମହିଳା ଜନତା ଦଳର ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଏକ ସ୍ମାରକପତ୍ର ମୟୂରଭଞ୍ଜ ଏସପି ଙ୍କ ଜରିଆରେ ଡିଜିପିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।