ବଲାଙ୍ଗିରରୁ ଆସୁଛି ଏକ ଅଭାବନୀୟ ଓ ଦୁଃଖଦ ଘଟଣା। ପୌର ପ୍ରଶାସନର ଅବହେଳା ନେଲା ଜଣଙ୍କ ଜୀବନ। ମାଁ ପାଟଣେଶ୍ୱରୀ ମନ୍ଦିର ସାମ୍ନା, ଜଗନ୍ନାଥ ପଡ଼ା ରାସ୍ତାରେ ଥିବା ଏକ ଢାଙ୍କୁଣି ବିହୀନ ଡ୍ରେନରେ ପଡ଼ି ମୃତ୍ୟୁ ହୋଇଛି ବିରେନ୍ଦ୍ର ନାୟକଙ୍କର। ସାଇକେଲରେ ଯାଉଥିବା ବେଳେ ସେ ହଠାତ୍ ଡ୍ରେନରେ ପଡ଼ି ଗୁରୁତର ଆହତ ହୋଇଥିଲେ ଓ ପରେ ତାଙ୍କ ଜୀବନ ଚାଲିଗଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି— ପୂର୍ବରୁ ମଧ୍ୟ ଏହି ଡ୍ରେନରେ ଦୁଇ ବାପା–ପୁଅ ପଡ଼ିଥିଲେ, କିନ୍ତୁ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା। ଏହି ଘଟଣା ପାଇଁ ପୌର ପ୍ରଶାସନକୁ ଦାୟୀ କରି ଆଜି ରାତି ୮ଟା ସମୟରେ ସ୍ଥାନୀୟ ଲୋକେ ଓ ବର