ବାଙ୍ଗିରିପୋଷି: ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକ ରେ ଯୋଗ ଦେଲେ ବିଧାୟିକା
ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଆଜି ଦିବା 2 ଘଟିକା ସମୟରେ ଅନୁଷ୍ଠିତ ହେଇ ଯାଇଛି। ଏହି ବୈଠକ ରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲି ମୁର୍ମୁ ଯୋଗ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଉତ୍ତମ ସେବା ସୁବିଧା ଯୋଗାଇ ଦେବା ସହ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଷ୍ଠା, ପ୍ରତିବଦ୍ଧତା ଏବଂ ସମର୍ପଣ ମନୋଭାବ ରଖି ସମୟାନୁବର୍ତ୍ତିତା ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ଥିଲେ।