ବୀରମହାରାଜପୁର: ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଦିନ ପ୍ରାୟ 1ଟା ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ବିଡ଼ିଓ ମଣ୍ଟୁ ଖମାରୀ ଯୋଗଦେଇ ଜନସାଧାରଣଙ୍କ ଅପତୀ ଅଭିଯୋଗ ଶୁଣିଥିଲେ l ଶିବିରରେ ସର୍ବମୋଟ 10ଟି ବିଭିନ୍ନ ସମସ୍ୟା ନିହିତ ଅଭିଯୋଗ ହୋଇଥିଲା l ସରପଞ୍ଚ ପଦ୍ମିନୀ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରକୁ ଏଡିଇଓ ଶ୍ରବନ ସାହୁ ଙ୍କ ସମେତ ବିଭିନ୍ନ ବ8ଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l ପିଇଓ ନିମାଇଁ ଚରଣ ନାଏକ ଶିବିରକୁ ପରିଚାଳନା କମିରିଥିଲେ l