ଆଜି ସାହାରପଡ଼ା ବ୍ଲକରେ ଆୟୋଜିତ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ଦିବସ ଅବସରରେ ମୁଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଲି। ଏହି ଅବସରରେ ସାଂସଦ ଖେଳ ମହୋତ୍ସବର ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମମିତା ନାଏକ, ବ୍ଲକ ପ୍ରତିନିଧି ସୁଦର୍ଶନ ମହାନ୍ତ, ମଣ୍ଡଳ ସଭାପତି ବୁଲୁ ବାରିକ ଓ ନରହରି ମହାନ୍ତ ଏବଂ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଖେଳ ମହୋତ୍ସବ ଯୁବପିଢ଼ିଙ୍କ ମଧ୍ୟରେ ଶାରୀରିକ କୁଶଳତା ଓ ଦଳୀୟ ଭାବନାକୁ ପ୍ରେରିତ କରୁଥିବା ଏକ ଶ୍ରେଷ୍ଠ ପ୍ରୟାସ।