ରାଇରଙ୍ଗପୁର ସହର: ଟାଉନ ହଲରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ପରିପ୍ରେକ୍ଷୀରେ ଆଜି ସକାଳ ୧୧ ଟା ସମୟ ରାଇରଙ୍ଗପୁର ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତତ୍ତ୍ଵlବଧାନ ରେ ରାଇରଙ୍ଗପୁର ଟାଉନ ହଲ ଠାରେ ସୁଭଦ୍ରା ଯୋଜନା ଲୋକାର୍ପଣ ଉତ୍ସବ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗ ଦେବା ସହିତ ବିଭିନ୍ନ ୱାର୍ଡ ର ପାରିଷଦ ମାନେ ଉପସ୍ଥିତ ଥିଲେ।