କେନ୍ଦ୍ରପଡା ଜିଲ୍ଲା ସାହିତ୍ୟ ସ˚ସଦ ପକ୍ଷରୁ ଆୟୋଜିତ ୧୪ତମ ବାର୍ଷିକ ଉତ୍ସବରେ ଚନ୍ଦ୍ରମଣି ବାରିକଙ୍କୁ କେନ୍ଦ୍ରପଡା ଜିଲ୍ଲା ସାହିତ୍ୟ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଏନେଇ ବାରିକ ଆଜି ରାତ୍ର 8ଟାରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ଏଥି ରଏ ଅନ୍ୟତନ ଅତିଥି ଭାବେ ଅନୁଷ୍ଠାନର ସଭାପତି କରୁଣାକର ଦାସ,ଉପସଭାପତି ଶ୍ରୀଧର ମହାନ୍ତି, ପୂର୍ବତନ ସା˚ସଦ ଡ.ପ୍ରଶନ୍ନ ପାଟ୍ଟଶାଣି ଓ କେନ୍ଦ୍ରପଡା ବିଧାୟକ ଗଣେଶ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।