ବାମରା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ବାର୍ଷିକ ଉତ୍ସବ ବୁଧବାର ଦିନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୂଜକ ଅକ୍ଷୟ ପୂଜାରୀ, ଅଜୟ ପୂଜାରୀ, ଏବଂ ସୁବ୍ରତ ମିଶ୍ର ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମାତା ସୁଭଦ୍ରା ଓ ସୁଦର୍ଶନ ସମେତ ପାର୍ଶ୍ଵ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ। ଉତ୍ସବରେ ଗୋବିନ୍ଦପୁର ଜମିଦାର ବନ୍ଶଜ ତଥା ମହାପ୍ରଭୁଙ୍କ ପ୍ରଥମ ସେବକ ସଞ୍ଜୀବ ପାଲ ସପତ୍ନୀକ ଉପସ୍ଥିତ ରହି ଦାୟିତ୍ତ୍ୱ ତୁଲାଇଥିଲେ। ଏଥିରେ ହୋମ ଯଜ୍ଞ, ଆଳତୀ, ପୁଷ୍ପାଞ୍ଜଳୀ କରାଯାଇ ଶେଷରେ ପୂର୍ଣାହୁତି କରାଯାଇଥିଲା।