ଆନନ୍ଦପୁର: ହାଟଡିହି ବ୍ଲକ କାର୍ଯ୍ୟାଳୟରେ ବାଲ୍ୟ ବିବାହ ନିରୋଧ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ହାଟଡିହି ବ୍ଲକ କାର୍ଯ୍ୟାଳୟରେ ବାଲ୍ୟ ବିବାହ ନିରୋଧ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦିନ ତିନିଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ରଞ୍ଜନ କୁମାର ପରିଡା, ଏବିଡ଼ିଓ ରଶ୍ମିରେଖା ନାଇକ ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହ ରୋକିବା ଉପରେ ଲୋକ ମାନଙ୍କୁ କିପରି ସଚେତନ କରାଯିବ ଓ ସରକାରଙ୍କ କଣ କଣ ନିୟମ ରହିଛି ତାହା ଉପରେ ପ୍ରଶିକ୍ଷଣ ଦେଇଥିଲେ।