ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଠାରେ ଡମ ସମାଜର ବିଶାଳ ଶୋଭାଯାତ୍ରା
ରବିବାର ଲକ୍ଷ୍ମୀପୁର ଠାରେ ଡମ ସମାଜର ଦିଆଲି ପରବ ଭେଟଘାଟ ଥିଲା। ଏହି ପରିପେକ୍ଷୀରେ ରବିବାର ଦିନ ୧୨ଟା ସମୟରେ ଲକ୍ଷ୍ମୀପୁର ଠାରେ ଦେଖିବାକୁ ମିଳିଥିଲା ଜନସମୁଦ୍ର। ହଜାର ହଜାର ଡମ ସମାଜର ଜନସାଧାରଣଙ୍କ ବିଶାଳ ଶୋଭାଯାତ୍ରା। ଏଥିପାଇଁ ଯାତାୟାତରେ ମଧ୍ଯ ବାଧା ଉପୁଯିଥିବା ଦେଖିବାକୁ ମିଳିଥିଲା। ୩୨୬ ନଂ ଜାତୀୟ ରାଜପଥ ହୋଇଥିବାରୁ ବିଶାଳ ଶୋଭାଯାତ୍ରା ଯୋଗୁ ଅଟକିଥିଲା ବହୁ ଯାନ ବାହାନ।କିଛି ସମୟ ପରେ ଯାତାୟାତ ସ୍ବାଭାବିକ ହୋଇଯାଇଥିଲା।