ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ ବେଆଇନ ଜୁଆଖେଳ ଚାଲିଥିବା ବେଳେ ମାଡି ବସିଲା ପୋଲିସ, ତିନି ଅଭିଯୁକ୍ତ ଗିରଫ ସହ ୫୪୨୦ ଟଙ୍କା ଜବତ। ସୂଚନା ଅନୁଯାୟୀ ଆଜି ଲଇକେରା ଥାନା ଅଞ୍ଚଳରେ ଜୁଆଖେଳ ଚାଲୁଥିବା ବେଳେ ଲଇକେରା ପୋଲିସ ତରଫରୁ ଚଢ଼ାଉ କରାଯାଇ ତିନି ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ଆଜି ରାତି ନଅଟା ସମୟରେ ପୋଲିସ ତରଫରୁ ସୂଚନା ଦିଆଯାଇଛି। ତେବେ ଜୁଆଖେଳରେ ବ୍ୟବହୃତ ତାସ ପତ୍ତା ଓ ନଗଦ ୫୪୨୦ ଟଙ୍କା ଜବତ କରାଯାଇଥିବା ନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି।