ବୌଦ୍ଧ ସଦର: ଚନ୍ଦ୍ରଚୁଡ ମନ୍ଦିର ଠାରେ ସରକାରଙ୍କ ଅବହେଳା ନେଇ ଅଭିଯୋଗ କଲେ ରାଜ୍ୟ ସେବାୟତ ସଂଘର ରାଜ୍ୟ ସଭାପତି
ବୌଦ୍ଧ ଚନ୍ଦ୍ରଚୁଡ ମନ୍ଦିର ଠାରେ ସରକାରଙ୍କ ଅବହେଳା ନେଇ ଆଜି ଅପରାହ୍ନରେ ରାଜ୍ୟ ସେବାୟତ ସଂଘର ରାଜ୍ୟ ସଭାପତି ଅଭିଯୋଗ କରିଛନ୍ତି। ରାଜ୍ୟ ସେବାୟତ ସଂଘର ରାଜ୍ୟ ସଭାପତି କମେଶ୍ୱର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୌଦ୍ଧ ଗସ୍ତରେ ଆସି ଚନ୍ଦ୍ରଚୁଡ ମନ୍ଦିର ଠାରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇଥିଲେ। ମନ୍ଦିରର ନୀତିକାନ୍ତି ଓ ସେବାୟତ ମାନଙ୍କୁ ସାହାଯ୍ୟ ଓ ସହଯୋଗ ଦେବାରେ ସରକାର ଅବହେଳା କରୁଥିବା ସେ ଅଭିଯୋଗ କରିଛନ୍ତି।