ଭଟଲି: ଭଟଲି ଚକ୍ରତୀର୍ଥରେ ସାମୁହିକ ତିଳତର୍ପଣ ଓ ପଞ୍ଚ ମହାଆଳତୀ :
ଭଟଲି ଚକ୍ରତୀର୍ଥରେ ସାମୁହିକ ତିଳତର୍ପଣ ଓ ପଞ୍ଚ ମହାଆଳତୀ : ପଶ୍ଚିମଓଡିଶାଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମହାପ୍ରଭୁଙ୍କ ଉଭାସ୍ଥଳ ସ୍ଥିତ ଚକ୍ର ପୁଷ୍କରିଣୀ ରେ ପରମ୍ପରା କ୍ରମେ ହୋଇ ଆସୁଥିବା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ମହାଳୟା ଦିନରେ ଭଟଲି ଦଧି ବାମନ ମୁକ୍ତି ମଣ୍ଡପ ଓପଣ୍ଡିତ ସଭା ଆନୁକୂଲ୍ୟରେସାମୁହିକ ତିଳ ତର୍ପଣ ଆଜି ଦିନ ୧୦ଟାରେ ଆରମ୍ଭ ହୋଇଥିଲା।ଏହି ଅବସରରେ ଦଧିବାମନ ମହାପ୍ରଭୁଙ୍କ ମନ୍ଦିରରୁ ଭକ୍ତମାନେ ଘଣ୍ଟ, ଶଙ୍ଖ, ବାଦ୍ୟ, ଭକ୍ତଙ୍କ ହରିବୋଲ ହୁଳହୁଳି ମଧ୍ୟରେ ଏକବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ଚକ୍ରପୁଷ୍କରିଣୀ ର ମହାପ୍ରଭୁଙ୍କ ଉଭାସ୍ଥଳରେ ପହଞ୍ଚିଥିଲେ