ଓଡ଼ିଶା ଆଦର୍ଶ ବିଦ୍ୟାଲୟ,ଓଲଙ୍ଗ,ଭଦ୍ରକ ପରିସରରେ ଜିଲ୍ଲା ସ୍ତରୀୟ ୭୬ତମ ଵନୋ ମହୋତ୍ସବ ସପ୍ତାହ-୨୦୨୫ ପାଳନ କରାଯାଇଥିଲା।ଭଦ୍ରକ ସାଂସଦ, ଭଦ୍ରକ ବିଧାୟକ,ବାସୁଦେବପୁର ବିଧାୟକ, ଭଦ୍ରକ ଜିଲ୍ଲାପାଳ, ଜିଲ୍ଲା ବନ୍ୟ ଅଧିକାରୀ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ବିଦ୍ୟାଳୟ ପରିସରରେ ୧୦୦ ଟି ଚାରା ରୋପଣ ସହିତ ପ୍ରକୃତି ସଂରକ୍ଷଣ ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ପରିବେଶ ଗଠନର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।ଏହି ଖବର ଆଜି ଦିନ 4 ଘଟିକା ସମୟରେ ଆମର ହସ୍ତଗତ ହୋଇଛି