ଲୋଇସିଂହା ନିର୍ବାଚନ ମଣ୍ଡଳୀର ନଅଗାଁ(ଖ) ଠାରେ ଆମ ଅଞ୍ଚଳର ଗର୍ବ ଓ ଗୌରବ ପବିତ୍ର ବୁଢାଦେଓ ମହୋତ୍ସବ ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ଶ୍ରୀ ବୁଢାଦେଓଙ୍କ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁ ଓ ଜନସାଧାରଣ ଏକତ୍ରିତ ହୋଇଥିଲେ। ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାଲ୍ୟ ବିବାହ ରୋକଥାମ ଉପରେ ସଚେତନତା ଓ ‘ତପସ୍ଵିନୀ’ କାବ୍ୟ ଆଧାରିତ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଶିଶୁ କଳାକାର ଓ ସ୍ଥାନୀୟ ପ୍ରତିଭାଙ୍କ ପ୍ରଦର୍ଶନ ସବୁଙ୍କ ମନରେ ଏକତା ଓ ସଂସ୍କୃତି ପ୍ରତି ଆଦର ବଢ଼ାଇଥିଲା।