ଫୁଲବାଣୀ ସହର: ଡିଣ୍ଡିରା ଗାଁ ଠାରେ ଇଆଇସି ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଡିଣ୍ଡ୍ରିରା ଗାଁ ନିକଟରେ ଇଆଇସି ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। କାଯ୍ୟକ୍ରମ ଟି ମଙ୍ଗଳବାର ଦିନ 11ଘଣ୍ଟିକା ରୁ ଆରମ୍ଭ କରି ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲ, ଏସପି ହରିଶବିଶିଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି । ଇଆଇସିର ଏକ ଟିମ ଆଜି ଡିଣ୍ଡ୍ରିରା ଗାଁ ମୁଖ୍ୟ ରାସ୍ତାରେ ବାଇକ ଆରୋହୀଙ୍କ ସହ ପ୍ରତ୍ୟେକ ଯାନବାହାନର ଡ୍ରାଇଭରଙ୍କୁ ସିଟ ବେଲ୍ସ, ଲଗାଇ ଗାଡି ଚଳାଇବା, ଗୋଟିଏ ବାଇକରେ ଦୁଇ ଜଣ ହେଲମେଟ ବ୍ୟବହାର କରିବା, ଆବଶ୍ୟକୀୟ ସତର୍କତା ସହ ଦ୍ରୁତ ଗତିରେ ଗାଡି ନ ଚଲେଇବାକୁ ସଚେତନ କରା