ରାଉରକେଲା ମ୍ୟୁନିସିପାଲଟି: ରାଉରକେଲାରେ ପାରଦ ତଳମୁହାଁ, ଆଗାମୀ ୩ ଦିନ ୧୦ ଡିଗ୍ରୀ ତଳେ ରହିବ ରାତି ତାପମାତ୍ରା
ଖସୁଛି ପାରଦ, ରାଉରକେଲାରେ ବଢୁଛି ଶୀତ। ରାତି ତାପମାତ୍ରା ୮ ଡିଗ୍ରୀ ରହୁଥିବା ବେଳେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ୧୦ ଡିଗ୍ରୀ ତଳେ ରହିବ ରାତି ତାପମାତ୍ରା ।ଶନିବାର ଅପରାହ୍ନରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରରେ ଅସମ୍ଭାଳ ଜାଡ଼ ଜାରି ରହିବ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି।